କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ପିଆଜ ବୋଝେଇ ଟ୍ରକ। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭରଙ୍କ ସ୍ତ୍ରୀ ଓ ଦୁଇ ଶିଶୁ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏପରିକି ଏହି ଦୁର୍ଘଟଣା ଯୋଗୁ ପ୍ରଚୁର ଟଙ୍କାର ପିଆଜ ରାସ୍ତାରେ ପଡି ନଷ୍ଟ ହୋଇଯାଇଛି।
ସୂଚନା ମୁତାବକ, ଟ୍ରକଟି ନାଶିକରୁ ପିଆଜ ନେଇ ଟାଟା ଅଭିମୁଖେ ଯାଉଥିଲା। ବାଟରେ ଯିବା ସମୟରେ ଟ୍ରକ୍ଟି ଜୁଡିଆ ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ତେବେ ଏଥିରେ ଟ୍ରକର କିଛି କ୍ଷତି ହୋଇନଥିଲେ ସୁଦ୍ଧା ବିପୁଳ ପରିମାଣର ପିଆଜ ନଷ୍ଟ ହୋଇଯାଇଛି। ତେବେ ଏହି ଦୁର୍ଘଟଣାରେ ଟ୍ରକ୍ରେ ଥିବା ଆହତ ଡ୍ରାଇଭରଙ୍କ ପରିବାର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।