ମଙ୍ଗଳବାର ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟରଙ୍କୁ ବହୁ ସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଛନ୍ତି । ସକାଳୁ ସକାଳୁ କଡା ସୁରକ୍ଷା ବଳୟ ଭିତରେ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଗୁଜରାଟ, ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମତଦାନ କରିବା ସମୟରେ ତାଙ୍କ ସାଥିରେ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ଭୋଟ୍ ଦେବା ପରେ କାଳି ଲଗା ଆଙ୍ଗୁଠି ଦେଖାଇ ଭୋଟ୍ ଦେବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଆଉ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ଆମ ଦେଶରେ ‘ମତଦାନ’ର ମହତ୍ୱ ରହିଛି। ତେଣୁ ଦେଶବାସୀ ଯଥାସମ୍ଭବ ସୋମନଙ୍କ ମତଦାନ କରିବା ଉଚିତ୍ ଏବଂ ଗଣତନ୍ତ୍ରର ଏହି ପର୍ବକୁ ଏକ ପର୍ବ ଭାବରେ ପାଳନ କରନ୍ତୁ ।”
ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ହେଉଛି । ୧୦ ରାଜ୍ୟ ଓ ୨କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୯୩ଟି ଲୋକସଭା ଆସନରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜନତା ନିଜର ମତଦାନ ଦେଇପାରିବେ । ନିଜର ମୂଲ୍ୟବାନ ଭୋଟ ଦେଇ ୧୩ଶହ ୩୧ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧୭କୋଟିରୁ ଅଧିକ ଭୋଟର । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗୁଜୁରାଟର ୨୫ଟି ସିଟ୍, କର୍ଣ୍ଣାଟକର ୧୪ଟି ସିଟ୍, ମହାରାଷ୍ଟ୍ରର ୧୧ଟି ସିଟ୍, ଉତ୍ତରପ୍ରଦେଶର ୧୦ଟି ସିଟ୍, ମଧ୍ୟପ୍ରଦେଶର ୮ଟି ସିଟ୍, ଛତିଶଗଡର ୭ଟି, ଗୋଆର ୨ଟି, ବିହାର ୫ଟି ଏବଂ ଆସାମ ଓ ପଶ୍ଚିମବଙ୍ଗା ୪ଟି ଲେଖାଏଁ ସିଟରେ ମତଦାନ ଗ୍ରହଣ କରାଯାଉଛି । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉ ର ୨ଟି ସିଟରେ ମତଦାନ ଅନୁଷ୍ଠିତ ହେଉଛି ।ଗ୍ରହଣ କରାଯାଉଛି । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉ ର ୨ଟି ସିଟରେ ମତଦାନ ଅନୁଷ୍ଠିତ ହେଉଛି ।
ଅଧିକ ପଢନ୍ତୁ : ପୁଞ୍ଚ ଆକ୍ରମଣ ସଂଦିଗ୍ଧଙ୍କ ସ୍କେଚ୍ ଜାରି କଲା ସେନା