ଦିନକୁ ଦିନ କଲରା ପତରିଆ ବାଘ ମାନଙ୍କର ସଂଖ୍ୟା ଧୀରେ ଧୀରେ ଲୋପ ପାଇବାରେ ଲାଗିଲାଣି। ସେହିଭଳି ପୁଣି ଏକ କଲରା ପତରିଆ ବାଘର ମୃତ ଦେହ ଠାବ ହୋଇଛି। ଏହି ଦୁଃଖଦ ଘଟଣା ନାକଟିଦେଉଳ ବନାଞ୍ଚଳ ଘୁଷୁରାମାଳ ସେକ୍ସନର ଚମ୍ପାଳି ନଦୀ ନିକଟ ଭିମ ମଣ୍ଡଳୀ ରାସ୍ତାରେ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ବାଘର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁସାରେ, ଦିନ ଥିଲା ମହାବଳ ବାଘ ଗର୍ଜନରେ କମ୍ପୁଥିଲା ଜଙ୍ଗଲ। ହେଲେ ବର୍ତ୍ତମାନ ସହରୀକରଣ ବିକାଶ ନାଁରେ କଲରା ପତରିଆ ବାଘ ମାନଙ୍କର ସଂଖ୍ୟା ଧୀରେ ଧୀରେ ଲୋପ ପାଇବାରେ ଲାଗିଲାଣି। ଏହି ପ୍ରଜାତିର ବାଘମାନେ ଲୋପ ପାଇବା ଫଳରେ ଆମର ଅନେକ କ୍ଷତି ହେଉଛି। ପୁଣି ରେଢାଖୋଲ ବନଖଣ୍ଡ ଭୀମ ମଣ୍ଡଳୀ ଜଙ୍ଗଲରେ ଏକ ବାଘର ମୃତ୍ୟୁ ହୋଇଛି। ଏ ନେଇ ଖବର ଦେଇଛନ୍ତି ଭୀମ ମଣ୍ଡଳୀ ବନବିଭାଗ। ତେବେ ବାଘ ଅସୁସ୍ଥ ଥିବାରୁ କଲରା ପତରିଆ ବାଘର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ତେଣୁ ଏହି ମାମଲାକୁ ନେଇ ଅଧିକ ତଦନ୍ତ ଜାରି ରଖାଯାଇଛି।