ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହି ବସ । ଅଳ୍ପକେ ବର୍ତିଲେ ଯାତ୍ରୀ । ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ଯୁଗଳ ଛକ ନିକଟରେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି । ବସରେ ସମସ୍ତେ ଶୋଇଥିବା ବେଳେ ଏହି ଅଘଟଣ ଘଟିଛି । ଯାହା ଫଳରେ ବସ ଚାଳକଙ୍କ ସମେତ ଅନେକ ଯାତ୍ରୀ ଗୁରୁତର ହୋଇଥିଲେ ମଧ୍ୟ ଅନ୍ୟ କେତେକ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି । ତେବେ ଖବର ପାଇ ବୈଶିଙ୍ଗା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବଂ ସମସ୍ତ ଆହତଙ୍କୁ ବେତନଟି ଡାକ୍ତରଖାନା ରେ ଭର୍ତି କରାଯାଇଛି । ଏହାସହ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।