ଅନନ୍ୟା ପାଣ୍ତେ ଏବଂ ଆଦିତ୍ୟ ରୟ କପୁରଙ୍କ ସମ୍ପର୍କ ଏବେ ହେଡ ଲାଇନ ପାଲଟିଛି । ତାଙ୍କ ରିଲେସମସିପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କ ଦୁଇଜଣଙ୍କୁ ଏବେ ସମସ୍ତ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳୁଛି । ତେବେ ସବୁଠାରେ ଏବେ ଗୋଟିଏ ଚର୍ଚ୍ଚା ଅନନ୍ୟ ଏବଂ ଆଦିତ୍ୟ ।ସ୍ପେନର ମାଡ୍ରିଡ୍ର ଠାରେ ଗୋଟେ କନସର୍ଟରେ ଦୁହେଁ ନଜର ଆସିବା ପରେ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା । ସାକ୍ଷାତକାର ଏବଂ ସୋସିଆଲ ମିଡିଆ ପୋଷ୍ଟଗୁଡିକରେ ସ୍ପଷ୍ଟ ସୂଚନା ମିଳୁଛି ସେମାନଙ୍କ ସମ୍ପର୍କକୁ ନେଇ। ଅନନ୍ୟା ପାଣ୍ଡେ ନିଜେ ଆଦିତ୍ୟ ରୟ କାପୁରଙ୍କ ସହ ଡେଟିଂ ଗୁଜବକୁ ସ୍ପଷ୍ଟ ଭାବରେ ନିଶ୍ଚିତ କରିଥିଲେ। ନେହା ଧୁପିଆଙ୍କ ସୋ 'ନୋ ଫିଲ୍ଟର ନେହା'ରେ ଏକ ଖୋଲା କଥାବାର୍ତ୍ତା ସମୟରେ ଅନନ୍ୟା ଆଦିତ୍ୟଙ୍କ ସହ ବନ୍ଧୁତ୍ୱଠାରୁ ଅଧିକ କିଛି ବିଷୟରେ ସୂଚିତ କରିଥିଲେ। ଯେତେବେଳେ ସୋର ହୋଷ୍ଟ ଏହି ସମ୍ବନ୍ଦୀୟ ଅଧିକ ପ୍ରଶ୍ନ କରିଥିଲେ ସେ କଥାକୁ ବଦଳାଇ ଦେଇଥିଲେ ।