ଆଜି ମନୋଜ ଦାସଙ୍କ ଶ୍ରାଦ୍ଧବାର୍ଷିକୀ । ଭାରତ ବର୍ଷର ଏକ ସୂକ୍ଷ୍ମ ସତ୍ତା ଅନ୍ୱେଷଣରେ ବ୍ରତୀ ଥିଲେ ଯଶସ୍ଵୀ ଲେଖକ ତଥା ଅଧ୍ୟାତ୍ମ ପଥର ଯାତ୍ରୀ ମନୋଜ ଦାସ। ତାଙ୍କର ଗଳ୍ପରେ ସେ ସମସ୍ତଙ୍କୁ ଆକର୍ଷିତ କରି ରଖିଥିଲେ । ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରି ସାରା ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ କିଂବଦନ୍ତି ଗାଳ୍ପିକ, ବାଗ୍ମୀ ତଥା ଅଧ୍ୟାତ୍ମ୍ୟବାଦୀ ସାଧକ ମନୋଜ ଦାସ ଆଜିର ଦିନରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ମନୋଜ ଦାସଙ୍କ କେତେକ ଲୋକପ୍ରିୟ କବିତା ସଂକଳନ ଗୁଡିକ ହେଉଛି ଅରଣ୍ୟକ’, ‘ଶେଷ ବସନ୍ତର ଚିଠି’, ‘ମନୋଜ ଦାସଙ୍କ କଥା ଓ କାହାଣୀ’ ଗଳ୍ପ ସଂକଳନ; ‘ପ୍ରଭଞ୍ଜନ’, ‘ଗୋଧୂଳିର ବାଘ’, ‘ତନ୍ଦ୍ରାଲୋକର ପ୍ରହରୀ’, ‘ଅମୃତ ଫଳ’ ଉପନ୍ୟାସ; ‘ତୁମ ଗାଁ ଓ ଅନ୍ୟାନ୍ୟ କବିତା’, ‘ବିପ୍ଳବୀ ଫକୀରମୋହନ’, ‘କବିତା ଉତ୍କାଳ’ । ତାଙ୍କର ମନନଶୀଳ ଆବେଗ, ଚମତ୍କାର ବର୍ଣ୍ଣନା, ହୃଦୟସ୍ପର୍ଶୀ କଥାବସ୍ତୁ ଗୁଡିକ ସାଧାରଣ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା । ଓଡ଼ିଆ ଭାଷା ସହ ସେ ଇଂରାଜୀ ଭାଷାରେ ମଧ୍ୟ ଲେଖୁଥିଲେ । ସମସ୍ତ କଥାବସ୍ତୁ ଗୁଡିକୁ ସେ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ । ଆଜିର ଏହି ଦିନରେ ତାଙ୍କୁ ସମସ୍ତେ ମନେ ପକାଉଛନ୍ତି ।