Home >
ଭଦ୍ରକରେ ସାପ ଆତଙ୍କ, ଘରୁ ବାହାରିଲା ୩୦ରୁ ଉର୍ଦ୍ଧ ନାଗ ଛୁଆ
Khabar Odisha:Snake-rescued-in-Bhadrak
ଭଦ୍ରକ, ଜୁଲାଇ ୦୩ (ଖବର ଓଡ଼ିଶା):

ଭଦ୍ରକ ଜ଼ିଲ୍ଲାରେ ଦେଖିବାକୁ ମିଳିଛି ସାପ ଆତଙ୍କ । ପ୍ରତ୍ୟେକ ଦିନ ଜ଼ିଲ୍ଲାର କେଉଁଠି ନା କେଉଁଠି ବିଷଧର ସାପ ବାହାରିବାରେ ଲାଗିଛନ୍ତି । ଆଜି ଧୂଷୁରୀ ଥାନା ଅସୁରାଳି, ଗଣେଶ ନଗର ଗ୍ରାମର ସଦାନନ୍ଦ ଜେନାଙ୍କ ଘରୁ ୩୦ରୁ ଅଧିକ ନାଗ ସାପ ଛୁଆ ଓ ୪୫ ଅଣ୍ଡା ଉଦ୍ଧାର ହୋଇଛି. ।


ଗତ କିଛି ଦିନ ହେବ ସଦାନନ୍ଦଙ୍କ ଘରେ ସାପ ଦେଖାଦେଇଥିଲା । ତାପରେ ଏହାକୁ ଦେଖି ତାଙ୍କ ପରିବାର ଲୋକ ଭୟଭୀତ ହୋଇଯାଇଥିଲେ । ପରେ ସାପ ଧରାଳୀ ମିର୍ଜା ଆରଫିଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ. । ଖବର ପାଇ ମିର୍ଜା ଆରିଫ ପହଞ୍ଚି ଦୀର୍ଘ ସମୟ ଧରି ଖୋଳାଖୋଳି କରି ୩୦ରୁ ଅଧିକ ନାଗ ସାପ ଛୁଆ ଓ ୪୫ ଅଣ୍ଡା ଉଦ୍ଧାର କରିଛନ୍ତି । ଘର ଭିତରେ ଏତେ ସଂଖ୍ୟକ ବିଷଧର ସାପ ବାହାରିବା ଦେଖି ଘରଲୋକ ଓ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଆହୁରି ଅଧିକ ପରିମାଣର ସାପ ଥିବା ସନ୍ଦେହ କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

  • Tags:

Subscribe

National International State Sports Entertainment