ବ୍ରହ୍ମପୁର ସହର ହଳଦିଆ ପଦର ନିକଟରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଦେଇଛି ଗୋଳନ୍ଥରା ପୁଲିସ l ହାଲଦିଆପଦର ବସ ଷ୍ଟାଣଣ୍ଡ ନିକଟ ନିଛାଟିଆ ସ୍ଥାନରେ ରେ 5 ରୁ 6 ଜଣ ଯୁବକ ଏକାଠି ଲୁଚିଥିବା ଖବର ପାଇବା ପରେ ପୋଲିସ ଚଢ଼ଉ କରିଥିଲା | NH-16 ରେ ଡକାୟତି ଯୋଜନା କରୁଥିବା ନେଇ ପକା ଖବର ପାଇଥିଲା ଗୋଳନ୍ଥରା ପୋଲିସ୍ l ସେଠାରେ ପୋଲିସର ଗୋଟେ ଟିମ୍ ଚଢ଼ାଉ କରି ତିନିଜଣ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲା l
ସେମାନଙ୍କ ଠାରୁ ଦୁଇ ରାଉଣ୍ଡ ଜୀବନ୍ତ ଗୁଳି, କିଛି ମରଣାସ୍ତ୍ର ଜବତ କରିଥିଲା ପୋଲିସ l ଶିବରାମ ପାଳ ନିକଟରୁ ଏକ 9 ଏମଏମ ପିସ୍ତଲ ମଧ୍ୟ ଜବତ କରିଛି ପୋଲିସ। କେବଳ ସେତିକି ନୁହଁ ଗୋଟିଏ କିପ୍ୟାଡ଼ ମୋବାଇଲ, ଗୋଟିଏ ରେଡ-ମି ମୋବାଇଲ ହ୍ୟାଣ୍ଡ ସେଟ ଜବତ ହୋଇଛି ପୋଲିସ । ଅଭିଯୁକ୍ତ ପିଣ୍ଟୁ ଓରଫ ପଣ୍ଡା ଗୌଡ଼, ଶିବରାମ ପାଳ, ଶ୍ୟାମସୁନ୍ଦର ଗୌଡ଼ ଓରଫ ଚିରୁକୁ ଗିରଫ କରାଯାଇଛି l ବୋମା ପ୍ରସ୍ତୁତିରେ ଆବଶ୍ୟକ କିଛି ସୂତା, କିଛି ବାରୂଦ ଆଉ, ଗୋଟିଏ ସର୍ଜିକାଲ୍ ଗ୍ଲୋଭସ୍, ଦୁଇଟି ବୋମା ଜବତ କରିଛି ଗୋଳନ୍ଥରା ପୋଲିସ ।
ଅଧିକା ପଢନ୍ତୁ:ରାଜ୍ୟରେ କାଳବୈଶାଖୀ ସମ୍ଭାବନା