Home >
ଏଲ୍‌ଆଇସି ଅଫିସରେ ଅସାବଧାନତା ହେତୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଫୁଟିଲା ଗୁଳି
Khabar Odisha:Gunfire-erupted-from-licensed-firearms-due-to-negligence-in-the-LIC-office-no-one-was-injured
ଭୁବନେଶ୍ୱର, ଅକ୍ଟୋବର ୧୪(ଖବର ଓଡ଼ିଶା):

ଏଲଆଇସି ଅଫିସରେ ସିଏମଏସ ଏଟିଏମ କ୍ୟାଶ ଭ୍ୟାନ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି । ବନ୍ଧୁକ ଧରିଥିବା ବେଳେ କାନ୍ଧରୁ ଖସିଯାଇ ବନ୍ଧୁକଟି ତଳେ ଛେଚି ହୋଇ ଯିବାରୁ ଆପେ ଆପେ ଗୁଳି ଫୁଟି ଯାଇଥିବା କହିଛନ୍ତି ଏହି ସୁରକ୍ଷା କର୍ମୀ ।

ସୁଚନା ଅନୁସାରେ ଏଲଆଇସିରୁ ଟଙ୍କା ନେଇ ଅନ୍ୟ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ଆସିଥିଲା ସିଏମଏସ ଗାଡି ତେବେ ଠିକ୍ ଏହି ସମୟରେ ଅସାବଧାନତା ହେତୁ ଅଫିସ ଭିତରେ ଫୁଟିଗଲା ବନ୍ଧୁକ । ସବୁଠାରୁ ବଡ଼ କଥା ହେଉଛି କାହାର କିଛି କ୍ଷତି ହୋଇ ନାହିଁ ।

ସିକ୍ୟୁରିଟି ଗାର୍ଡ କୁମୁଦ ଚନ୍ଦ୍ର ସାହୁଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଏହି ଗୁଳି ଫୁଟି ଯାଇଛି ଯାହାକୁ ନେଇ ଚାରିଆଡ଼େ ଚହଳ ପଡ଼ିଛି । । ଖବର ପାଇ ଟାଉନଥାନା ପୋଲିସ ଏଲଆଇସି ଅଫିସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Tags:

Subscribe

National International State Sports Entertainment