ଥିଲେ ଦିନ ମଜୁରିଆ ଏବେ ପାଇଛନ୍ତି ଶ୍ରେଷ୍ଠ କୃଷି ସମ୍ମାନ
Khabar Odisha:Once-a-daily-wage-worker-now-a--won-an-agriculture-award

 ଗୋରଖପୁରର କୋଇଲା ଦେବୀ । ଗୋଟିଏ ସମୟ ଥିଲା ତାଙ୍କୁ ଅନ୍ୟ ଲୋକଙ୍କ ଘରେ କରିବାକୁ ପଡୁଥିଲା  କଠିନ ପରିଶ୍ରମ  । ଦୈନିକ ମଜୁରିଆ ଭାବେ ସେ ଯାହା ରୋଜଗାର କରୁଥିଲେ ସେଥିରେ ଚଳାଉଥିଲେ ନିଜର ପରିବାର । ଯେଉଁ ଦିନ କାମ ମିଳୁନଥିଲା ସେଦିନ ଚଳିବା ଟିକେ କଷ୍ଟକର ହେଉଥିଲା। ଦିନକୁ ସେ ପାଉଥିବା ୨୦୦ ଟଙ୍କା ମଜୁରିରୁ କରିପାରୁନଥିଲେ ସଂଚୟ । ଦୈନିକ ମଜୁରିରେ କାମ କରିବା ଅପେକ୍ଷା ନିଜେ ଚାଷ କରି ସେଥିରୁ ଆୟ କରିବାର ସ୍ବପ୍ନ ଦେଖିଲେ ରଖୁଖୋଲ  ଗାଁର ଏହି ମହିଳା କୋଇଲା ଦେବୀ । କିନ୍ତୁ ନିଜର ବେଶୀ କିଛି ଜମି ନଥିବାରୁ ସେ ଆଗକୁ ବଢିପାରୁନଥିଲେ ।

ଦିନେ କୋଇଲାଦେବୀ ଏକ ଗହମ ଚାଷ ଜମିରେ କାମ କରୁଥିବା ବେଳେ ଏହାର ଭଲ ଅମଳଦେଖି ନିଷ୍ପତ୍ତି ନେଲେ ଯେମିତି ହେଲେ ବି ତାଙ୍କୁ ଚାଷ କରିବାକୁ ପଡିବ । କିଛି ଅଭିଜ୍ଞ ଚାଷୀ ଓ କୃଷି ଅଧିକାରୀଙ୍କ ପରାମର୍ଶ ନେଇ କୋଇଲା ଦେବୀ ନିଜର ୬୬ବର୍ଗ ମିଟର ଜମିରେ ଆରମ୍ଭ କଲେ ଗହମ ଚାଷ । କରଣବନ୍ଦନା ପ୍ରଜାତିର ବିହନ ବୁଣି ଦେଖିବାକୁ ଲାଗିଲେ ସୁନେଲି ସ୍ବପ୍ନ । ନିୟମିତ ତଦାରଖ ,କଠିନ ପରିଶ୍ରମ ଓ ଚାଷକୁ ଜୀବିକା କରିବାର ନିଷ୍ଠା ତାଙ୍କୁ ସଫଳତା ଆଣିଦେଲା । ୬୬ ବର୍ଗମିତର ଜମିରେ ସେ ୨୨୦ କେଜି ଗହମ ଉତ୍ପାଦନ କରି ଆଖପାଖର ଚାଷୀ ମାନଙ୍କୁ ତାଜୁବ କରିଦେବାରେ ସକ୍ଷମ ହୋଇଥିଲେ । ୨୦୧୯ରେ କୋଇଲାଦେବୀଙ୍କୁ ଜିଲ୍ଲା ପ୍ରଶାସନ ଶ୍ରେଷ୍ଟ କୃଷକ ସମ୍ମାନରେ ସମ୍ମାନିତ କରିଥିଲେ ।

ଏବେ କୋଇଲା ଦେବୀ ଗହମ ସହିତ ପନିପରିବା ଚାଷ କରି ବାର୍ଷିକ ୫ ଲକ୍ଷ ଟଙ୍କା ଯାଏଁ ଆୟ କରୁଛନ୍ତି । ଜୈବିକ କୃଷିରେ ସମନ୍ବିତ ଚାଷ ତାଙ୍କୁ କମ ନିବେଶରେ ଅଧିକ ଲାଭ ଦେଉଛି । ପାରମ୍ପରିକ ଗହମ ଚାଷକୁ ବିଜ୍ଞାନ ଭିତ୍ତିକ କରି ଦୁଇଗୁଣା ଅମଳ କରିବାରେ ସେ ହେଉଛନ୍ତି ଜିଲ୍ଲାର ପ୍ରଥମ ମହିଳଚାଷୀ ।

Subscribe

National International State Sports Entertainment