ଖବର ଓଡ଼ିଶା: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ପଟିଲୋ ଗ୍ରାମ ପଂଚାୟତରେ ପିଡ଼ିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଲୋକମାନଙ୍କୁ ପିଡ଼ିଏସ ଚାଉଳ ମିଳିବ କହି ଖୋଦ ପିଇଓଙ୍କର ଦେଖା ନାହିଁ । ଫଳରେ ପିଡ଼ିଏସ ଚାଉଳ ନେବାକୁ ଆସୁଥିୂବା ହିତାଧିକାରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି ।
ପଟିଲୋ ପଂଚାୟତରେ ଅଠରଟି ୱାର୍ଡ଼ ରହିଛି । ପଂଚାୟତ ପିଇଓ ଏକାଧିକ ପଂଚାୟତର ଦାଇତ୍ୱରେ ରହିଛନ୍ତିା । ଫଳରେ ସେ ଚାଉଳ ବଣ୍ଟନ କରିବାକୁ ସମୟ ଦେଇ ପାରୁ ନ ଥିବା ଲୋକମାନେ ଅଭିଯୋଗ କରିଛନ୍ତି । ହିତାଧିକାରୀ ମାନେ ବ୍ୟାଗକୁ ଧାଡ଼ିରେ ରଖି ପିଇଓ ଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଆଗକୁ ବଣ୍ଟନ କରିବାରେ ଅବହେଳା କଲେ ଲୋକେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।