ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇ ସାରିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଉପକୂଳିଆ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ତେବେ ଏହି ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ ଦାୟିତ୍ୱରେ ରହିବେ ମହିଳା । ଏନେଇ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ଦେଓରଞ୍ଜନ କୁମାର ସିଂ ଚିଠି ଲେଖିଛନ୍ତି । ମହିଳାମାନେ ସ୍ଥାନାନ୍ତରଣ, ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥାର ଆଦି ଉପରେ ଗୁରୁତ୍ୱ ଦେବେ ମହିଳା । ୩ ସ୍ଥାନୀୟ ଅଧିକାରୀଙ୍କୁ ନେଇ ରିଲିଫ ସେଣ୍ଟର ପାଇଁ ଟିମ୍ ପ୍ରସ୍ତୁତ କରାଯିବ । ଯେଉଁଥିରେ ୨ ଜଣ ପୁରୁଷ ଓ ଜଣେ ମହିଳା ରହିବେ । ଆଶା ଦିଦି, ଶିକ୍ଷୟିତ୍ରୀ ମଧ୍ୟ ବାତ୍ୟା ଆଶ୍ରୟ ସ୍ଥଳକୁ ତଦାରଖ କରିବେ ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କନଷ୍ଟେବଲ କିମ୍ବା ମହିଳା ହୋମଗାର୍ଡଙ୍କୁ ମଧ୍ୟ ନିଯୁକ୍ତ କରାଯିବ । ସେହିପରି ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
କାହାକୁ କେଉଁ ଦାୟିତ୍ୱ ?
୯ଟି ଜିଲ୍ଲାରେ ରହିବେ ୯ ମନ୍ତ୍ରୀ
ପୁରୀ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
କେନ୍ଦ୍ରାପଡ଼ା- ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
କଟକ - ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଜଗତସିଂହପୁର- ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ
ବାଲେଶ୍ୱର- ପଂଚାୟତିରାଜ ମନ୍ତ୍ରୀ ରବି ନାଏକ
ଭଦ୍ରକ- କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ
ମୟୂରଭଞ୍ଜ- ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
କେନ୍ଦୁଝର - ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
୬ଜଣ ବରିଷ୍ଠ ଆଇଏଏସଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ
ବାଲେଶ୍ୱର- କେ.ସୁଦର୍ଶନ ଚକ୍ରବର୍ତୀ
ଭଦ୍ରକ- ତ୍ରିଲୋଚନ ମାଝିଙ୍କୁ
ପୁରୀ- ବଳବନ୍ତ ସିଂଙ୍କୁ
ମୟୁରଭଞ୍ଜ- ବିନୀତ ଭରଦ୍ଵାଜ
ଜଗତସିଂହପୁର- ଯାମିନୀ ଷଡ଼ଙ୍ଗୀ
କେନ୍ଦ୍ରାପଡା- ସମର୍ଥ ବର୍ମା
୩ ଜିଲ୍ଲାରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାୟିତ୍ୱ
କେନ୍ଦ୍ରାପଡ଼ା- ଡାକ୍ତର ସୁଶାନ୍ତ କୁମାର ସ୍ୱାଇଁ
ବାଲେଶ୍ୱର- ଡାକ୍ତର ଅର୍ଘ୍ୟ ପ୍ରଧାନ
ଭଦ୍ରକ- ଡାକ୍ତର ମୁରଲୀଧର ପାଢ଼ୀ