କଟକ: କଟକ ଜିଲ୍ଲା ସୁବର୍ଣ୍ଣପୁର ଫାଣ୍ଡି ନିକଟସ୍ଥ ରତାଗଡ ଗାଁରେ ଏକ ଅଘଟଣ ଘଟିଯାଇଛି । ମହାନଦୀରେ ଗାଧୋଇବା ବେଳେ ଜଣେ ମହିଳା ଭାସିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।
ସୂଚନା ଅନୁସାରେ, ଗତକାଲି ଥିଲା ମା ଖୁଦୁରୁକୁଣି ଓଷା । ଆଉ ଆଜି ପୂଜା ପରେ ଖୁଦୁରୁକୁଣିଙ୍କ ବିସର୍ଜନ ପାଇଁ ମହାନଦୀକୂଳକୁ ଆସିଥିଲେ । ଏହି ସମୟରେ ଜଣେ ମହିଳା ଗୋଧୋଉଥିବା ବେଳେ ମହାନଦୀରେ ପ୍ରବଳ ପାଣି ସ୍ରୋତ ଥିବାରୁ ମହିଳା ଜଣଙ୍କ ପାଣିରେ ଭାସି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ତେବେ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଖୋଜା ଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳିନାହିଁ ।