ତାଳଚେର : ନିଶାସକ୍ତ ଅବସ୍ଥାରେ ଯୁବକଙ୍କ ଉନ୍ମତକାଣ୍ଡ। ନିଜ କାରରେ ରାସ୍ତାରେ ଥିବା ଅନେକ ଲୋକଙ୍କୁ ଦେଲେ ଧକ୍କା। ତେବେ କାର ଧକ୍କାରେ ପାଖାପାଖି ୧୦ ଜଣରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାରେ ଆହତ ମାନଙ୍କୁ ନିକଟସ୍ଥ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ସମ୍ସଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିବା ଖବର ଆସିଛି। ତେବେ ଏହି ଘଟଣା ତାଳଚେସ ଅଂଚଳରେ ଘଟିଛି। ପୋଲିସ ନିଶାସକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।
ସୂଚନା ଅନୁସାରେ, ହଣ୍ଡିଧୁଆଁ ଆଡୁ ଦୃତ ଗତିରେ ଆସୁଥିବା ଏକ କାର ପୋଲିସ ବ୍ୟାରିକେଡ଼ ଭାଙ୍ଗି ଲଗାତାର ଭାବେ ପଛରୁ ୨୦ ରୁ ଉର୍ଦ୍ଧ୍ବ ଗାଡ଼ିକୁ ଧକ୍କା ଦେଇ ବାଇପାସ୍ ଛକ ଆଡ଼କୁ ଚାଲିଯାଇଥିଲା। ଆଇଟିଆଇ ଛକ ପାଖରେ ଗୋଟିଏ ସ୍କୁଟିରେ ୨ ଜଣ ଲୋକ ଯାଉଥିବା ବେଳେ ତାଙ୍କୁ ପଛ ପଟୁ ଧକ୍କା ଦେବା ଦ୍ଵାରା ଦୁଇ ଜଣ ରାସ୍ତାରେ ପଡିଯାଇଥିଲେ ତେବେ ଗାଡ଼ିଟି ଧକ୍କା ଦେଇ ଖସି ଯାଉଥିବା ବେଳେ ପୋଲିସ ଗାଡ଼ିକୁ ଗୋଡ଼ିବନ୍ଧ ଅଞ୍ଚଳରୁ ଜବତ କରି ଥାନାକୁ ନେବା ସହ ଚାଳକକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଦୁର୍ଘଟଣାରେ ଆହତ ମାନଙ୍କୁ ନିକଟସ୍ଥ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ କିଛି ଗୁରୁତ୍ଵରଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।