ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା ସେମିକନ କନଫରେନ୍ସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତୃତ୍ୱକୁ ଭେଟିବା ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ସେପଟେ ଆଜି ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ ଗୃହ ସଚିବ, ପୁଲିସ ଡିଜି. ମୁଖ୍ୟ ଶାସନ ସଚିବ, କ୍ରାଇମବ୍ରାଞ୍ଚ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।