ଭୁବନେଶ୍ୱର : ଆଜିଠାରୁ ବଦଳିବ ସମସ୍ତ ନିୟମ। ଏସବିଆଇ କ୍ରେଡିଟ କାର୍ଡ ଶୁଳ୍କ ବୃଦ୍ଧି ଠାରୁ ଆରମ୍ଭ କରି ଆଧାର କାର୍ଡ ଅପଡେଟ ସମ୍ବନ୍ଧରେ ଆସିଛି ନୂଆ ଉପଡେଟ। ଏସବିଆଇ କ୍ରେଡିଟ କାର୍ଡରେ ପ୍ରତି କାରବାରରେ ରିୱାର୍ଡ ପଏଣ୍ଟ ଗ୍ରାହକଙ୍କୁ ମିଳିବନି ଅଟୋ ଡେବିଟ୍ ବିଫଳ ହେଲେ ଏସବିଆଇ ପକ୍ଷରୁ ୨ ପ୍ରତିଶତ ଜରିମାନା ଲାଗୁ ହୋଇପାରେ। ଯାହା ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ। ଏହାସହିତ ସୁନା ଭଳି ରୁପାର ହଲମାର୍କକୁ ବାଧ୍ୟତାମୂଳକ କରିବାକୁ ଯୋଜନା କରାଯାଇଛି। ରୁପାର ଆଭୂଷଣ କିମ୍ବା ସାମଗ୍ରୀ କିଣିବା ଉପରେ ହଲମାର୍କ ବାଧ୍ୟତାମୂଳକ ହେବା ନେଇ ସୂଚନା ମିଳିଛି।
ଏପରିକି ପ୍ରତିମାସ ଭଳି ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଅର୍ନ୍ତଜାତୀୟ ତେଲ ଦର ଉପରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦର ନିର୍ଭର କରେ। ଗତମାସରେ ଏଲପିଜି ଗ୍ୟାସ୍ ଦର ସ୍ଥିର ରହିଥିଲା। ହେଲେ ଆଜି ଦରରେ ପରିବର୍ତ୍ତନ ହୋଇପାରେ। ଏହାସହିତ କିଛି ବ୍ୟାଙ୍କ ଏଟିଏମ ବ୍ୟବହାରକୁ ନେଇ ନୂଆ ନିୟମ ଲାଗୁ କରିପାରନ୍ତି ବ୍ୟାଙ୍କ। ନିର୍ଦ୍ଧାରିତ ସୀମା ଠାରୁ ଅଧିକଥର ଏଟିଏମରୁ ଟଙ୍କା ଉଠାଇଲେ ଅଧିକ ଟ୍ରାଞ୍ଜାକସନ ଶୁଳ୍କ ଦେବାକୁ ପଡିପାରେ। ଶେଷରେ ମାଗଣାରେ ଆଧାରକାର୍ଡ ଅପଡେଟ କରିବାର ଶେଷ ତାରିଖ ୧୪ ସେପ୍ଟେମ୍ବର ଯାଏଁ ରହିଛି। ତେବେ ଏହି ସବୁ ନିୟମ ଆଜି ଠାରୁ ଜାରି ହେବା ନେଇ ସୂଚନାରୁ ପ୍ରକାଶ ପାଇଛି।