ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ହୋଇଛି । ଏହି ସମୟରେ ପିଏମ ମୋଦୀ କହିଛନ୍ତି, ଭାରତ ଓ ରୁଷ କଠିନ ସମୟରେ ବି ପରସ୍ପର ସହ ଛିଡା ହୋଇ ରହିଛନ୍ତି । ବୈଶ୍ୱିକ ଶାନ୍ତି ପାଇଁ ଆମର ସହଯୋଗ ଜରୁରୀ । ପିଏମ ମୋଦୀ ୟୁକ୍ରେନ ସହ ଜାରି ସଂଘର୍ଷ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି, ଏହି ଯୁଦ୍ଧ ବନ୍ଦ କରିବା ମାନବତା ପାଇଁ ଜରୁରୀ । ପୁଟିନ କହିଛନ୍ତି ମୋଦୀଙ୍କ ସହ ଭେଟି ବହୁତ ଭଲ ଲାଗିଲା । ଆମର ସଂପର୍କ ସର୍ବଦା ମଜବୁତ ହୋଇ ରହିଛି । ଏହା ଉପରେ ପିଏମ ମୋଦୀ କହିଛନ୍ତି ପୁଟିନଙ୍କୁ ଭେଟିବା ସର୍ବଦା ସ୍ମରଣୀୟ ରହିଥାଏ । ଭାରତ ଓ ରୁଷ ସର୍ବକା କାନ୍ଧରେ କାନ୍ଧ ମିଶାଇ ଚାଲି ଆସିଛନ୍ତି ।
ପିଏମ ମୋଦୀ କହିଛନ୍ତି ଅନେକ ପ୍ରସଙ୍ଗରେ ପୁଟିନଙ୍କ ସହ ଆଲୋଚନା ହୋଇଛି । ସେପ୍ଟେମ୍ବରରେ ଆମ ଦୁହିଁଙ୍କ ମିଟିଂକୁ ୧୪୦ କୋଟି ଭାରତୀୟ ଚାହିଁ ରହିଛନ୍ତି । ଆମର ପାରସ୍ପରିକ ସହଯୋଗ କେବଳ ଦୁଇ ଦେଶ ପାଇଁ ନୁହେଁ ବରଂ ବୈଶ୍ୱିକ ଶାନ୍ତି ଓ ସମୃଦ୍ଧି ପାଇଁ ମହତ୍ୱପୂର୍ଣ୍ଣ ଅଟେ । ୟୁକ୍ରେନରେ ଚାଲିଥିବା ସଂଘର୍ଷକୁ ନେଇ ଆମେ ଲଗାତାର ଆଲୋଚନା କରିଛୁ । ଆମେ ଆଶା କରୁଛୁ ସମସ୍ତ ପକ୍ଷ ରଚନାତ୍ମକ ଆଲୋଚନା କରିବେ ଏବଂ ଏହାକୁ ସମାପ୍ତ କରିବା ପାଇଁ ଆଗକୁ ବଢିବେ । ଏହା ପୂରା ମାନବତା ପାଇଁ ଜୁରରୀ ଯେ, ୟୁକ୍ରେନ ସହ ଲଢେଇ ଶେଷ ହୋଇ ଯାଉ ।
ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଚୀନ ସାମ୍ନାରେ ପାକିସ୍ତାନକୁ ପହଲଗାମ ହମଲାର ଉଲ୍ଲେଖ କରି ତାଗିଦ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ପାକିସ୍ତାନର ନାଁ ନେଇ ନ ଥିଲେ । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଆତଙ୍କବାଦ କେବଳ କୌଣସି ଦେଶର ସୁରକ୍ଷା ନୁହେଁ ବରଂ ପୂରା ମାନବତା ପାଇଁ ଏକ ବଡ ଚ୍ୟାଲେଞ୍ଜ ।
Also read: ହାତ ଧରି କଥା ହୋଇ ସାମ୍ନାରେ ଚାଲିଗଲେ ମୋଦୀ ଓ ପୁଟିନ, ଚାହିଁ ରହିଲେ ପାକ୍ ପିଏମ ଶେହବାଜ ସରିଫ