ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣଦୁଷ୍କର୍ମ କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର ଜଣାପଡ଼ିଥିବା ବେଳେ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ।
ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ପଚରାଉଚରା ଚଳାଇଛି ପୋଲିସ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।ଅଭିଯୁକ୍ତ ୨ଜଣ ଆମ୍ବୁଲାନ୍ସ ଡ୍ରାଇଭର ବୋଲି ଜଣାପଡିଛି। ଉଭୟ ନୟାଗଡ଼ ଅଞ୍ଚଳର ବିଚିତ୍ର ସାହୁ ଏବଂ ନାରାୟଣ ସାହୁ। ଏକ ଭଡ଼ା ଘରେ ମହିଳାଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ ଏହି ୨ଅଭିଯୁକ୍ତ I ତମାଣ୍ଡୋ ଥାନା ପୁଲିସ ମହିଳାଙ୍କ ଅଭିଯୋଗ ପାଇବା ପରେ, ସାଇଣ୍ଟିଫିକ ଟିମ ସହ ସର୍ଜମିନ ତଦନ୍ତ କରିଥିଲା।