ଝାରସୁଗୁଡ଼ା: ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ମୁଖ୍ୟ ସାକ୍ଷୀ ମୋନୁ ପ୍ରସାଦ ଏକ ଦୁର୍ଘଟଣାରେ ଶୀକାର ହୋଇଛନ୍ତି । ବେଲପାହାଡ଼ରେ ମୋନୁଙ୍କ ବାଇକୁକ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ମୁଖ୍ୟ ସାକ୍ଷୀ ମୋନୁ ପ୍ରସାଦ ବାଇକରେ ଯାଉଥିବା ବେଳେ ଏକ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା। ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ ମ୍ୟୁନିସିପାଲଟି ନିକଟରେ ଦୁର୍ଘଟଣା ଘଟିଛି । ଫଳରେ ସେ ତଳେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା କିପରି ଘଟିଲା ଜଣାପଡ଼ି ନ ଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଁଚି ବାଇକକୁ ଜବତ କରିବା ସହିତ ଯାଞ୍ଚ ଆରମ୍ଭ କରିଛି ।
ମୋନୁ ନବ ଦାସଙ୍କ ଘରେ ଡଗ୍ କେୟାର ଟେକର୍ ଭାବେ କାମ କରୁଥିଲେ । ସେ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ମୁଖ୍ୟ ସାକ୍ଷୀ ଅଟନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୨୨ ଏପ୍ରିଲ ୧୭ ତାରିଖରେ ଲଳିତ ସାହୁଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ତିନି ବର୍ଷ ପରେ ଏହି ମୃତ୍ୟୁ ମାମଲାର ପୁନଃ ତଦନ୍ତ ଆରମ୍ଭ ହୋଇଥିଲା । ଗେଟ୍ କିପର୍ ଗେଟ୍ କିପର ହେମ ସାଗର ନାୟକ, ଡାଟା ଏଣ୍ଟ୍ରି ଅପରେଟର୍ ଭାବେ କାମ କରୁଥିବା ବିକାଶ ମହାବଲ, ଡଗ୍ କେୟାର ଟେକର୍ ମୋନୁ ପ୍ରସାଦଙ୍କୁ ଜେରା କରାଯାଇଛି ।