ଖବର ଓଡିଶା : 18/03/2023:
ଶିଶୁ ଶ୍ରମିକ ଆଇନର ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ ଡୁମେରମୁଣ୍ଡାଠାରେ ଥିବା ଏକ ତେଲ ମିଲରେ । କାମ କରୁଥିବା ବେଳେ ତେଲ ମିଲରେ କଟିଗଲା ଶିଶୁ ଶ୍ରମିକ ହାତ | ଏହି ମିଲରେ ସୂର୍ଯ୍ୟମୁଖୀ ତେଲ ପୋଡାଯାଉଥିବାବେଳେ ମେସିନ ଭିତରେ ହାତ ଲାଗିଯିବାରୁ ବେନଗାଁ ପଞ୍ଚାୟତ ଧଡେଲ୍ ଗାଁର ସୁଶାନ୍ତ ମାଝୀ ନାମକ ଜଣେ ନାବାଳକର ହାତ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି । ମାମଲାଟିକୁ ମିଲ ମାଲିକ ଚପାଇଦେବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୁରୁତର ନାବାଳକକୁ ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଉଥିବା ସୂଚନା ମିଳିଛି । ୧୫ ବର୍ଷୀୟ ସୁଶାନ୍ତ ଚାରି ମାସରୁ ଅଧିକ ସମୟ ହେଲା ଏହି ମିଲରେ ଶ୍ରମିକ ଭାବେ କାମ କରୁଥିଲା।