ଭୁବନେଶ୍ୱରବାସୀଙ୍କ ନିକଟରେ ପହଂଚିବ ପରିବା, ଖୋଲିବ ୪୪ଟି ଅସ୍ଥାୟୀ ହାଟ
Khabar Odisha:vegitable-easy-supply-in-bbsr-by-bmc
ଭୁବନେଶ୍ୱର, ଏପ୍ରିଲ ୦୯ (ଖବର ଓଡ଼ିଶା):

ଏଣିକି ରାଜଧାନୀବାସୀଙ୍କ ପାଖରେ ପହଂଚିବ ପରିବା । ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ୱରରେ ଲୋକଙ୍କ ନିକଟରେ ପହଂଚିବ ପରିବା । ଏଥିପାଇଁ ୪୪ଟି ନୂଆ ଅସ୍ଥାୟୀ ବଜାର ଖୋଲିବାକୁ ନିଷ୍ପତି ନେଇଛି ବିଏମସି । ଯାହା ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲା ରହିବ । ତେବେ ପନିପରିବା କିଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଟ୍ୱିଟ୍ କରି ବିଏମସି ପକ୍ଷରୁ ଲୋକଙ୍କୁ ଅପିଲ କରାଯିବ । ଓଡ଼ିଶାରେ ‘କରୋନା’ରେ ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଧିକାଂଶ ରହିଛନ୍ତି । ତେବେ କରୋନା ସଂକ୍ରମଣ ରୋକିବାକୁ ବିଏମ୍‌ସି ରାଜଧାନୀରେ ୫ଟି ଜାଗାକୁ ସିଲ୍ କରି ସାନିଟାଇଜ୍ କରୁଛି। ଏବଂ ୨୧ ଦିନିଆ ଲକ୍ ଡାଉନ ଯୋଗୁଁ ଲୋକେ ଘରୁ ବାହାରିବା ଉପରେ କଟକଣା ଜାରି ହୋଇଛି । ତେବେ ଏପରିସ୍ଥିତିରେ ରାଜଧାନୀବାସୀଙ୍କୁ ଘର ପାଖରେ ପନିପରିବା ଯୋଗାଇବା ପାଇଁ ବିଏମସି ଏପରି ପଦକ୍ଷେପ ଗ୍ରହଣ କରିଛି ।
ଅନ୍ୟପଟେ ଭୁବନେଶ୍ୱରର ଏକ ନମ୍ବର ହାଟକୁ ଆସିବା ପରିବା ବ୍ୟବସାୟୀମାନଙ୍କୁ ଆସିବାକୁ ଅନୁମତି ମିଳିଛି । ତେବେ ପାସ ଦେଖାଇ ଏକ ନମ୍ବର ହାଟକୁ ଆସିପାରିବେ ଖୁଚୁରା ବେପାରୀ । ଏଥିପାଇଁ ନିକଟସ୍ଥ ଥାନା ଅଧିକାରୀଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ଖୁଚୁରା ବ୍ୟବସାୟୀ ପାସ ନେଇପାରିବେ । ଯେଉଁମାନେ ଥାନାରୁ ପାସ ନେଇ ପାରୁ ନାହାନ୍ତି ସେମାନେ ବ୍ୟବସାୟୀ ସଂପାଦକଙ୍କ ଠାରୁ ପାସ ନେଇପାରିବେ । ଆହୁରି ଏକ ହଜାର ପାସ ଖୁଚୁରା ବେପାରୀଙ୍କୁ ଦିଆଯିବ । ବର୍ତ୍ତମାନ ସୁଦ୍ଧା ୧୫ ଶହ ପାସ ଦିଆଯାଇଥିବା ବେଳେ ଆହୁରି ୫ଶହ ପାସ ପରିବା ବ୍ୟବସାୟୀଙ୍କୁ ଦିଆଯିବ ।

  • Tags:

Subscribe

National International State Sports Entertainment