ଭୁବନେଶ୍ୱର: ଆଜି ବି ସୁରୁଖୁରୁରରେ ଚାଲିପାରିଲାନି ଗୃହ। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ନାରାବାଜି କରିଛନ୍ତି। SCB ଅଗ୍ନିକାଣ୍ଡ ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ହୋ-ହାଲ୍ଲା କରିଛନ୍ତି। ପ୍ରବଳ ହଟ୍ଟଗୋଳ ଯୋଗୁଁ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ କରାଯାଇଛି।
ଗତ ୧୭ ତାରିଖରୁ ଲଗାତାର ଭାବେ ଗୃହରେ SCB ଅଗ୍ନିକାଣ୍ଡ ଘଟଣାକୁ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ନିଷ୍କର୍ସ ବାହାରି ପାରୁନି। ଏସ୍ସିବି ପ୍ରସଙ୍ଗରେ ଜିଦ୍ରେ ଅଟଳ ବିରୋଧୀ। ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଦିନ ପରେ ଦିନ ଗଡ଼ୁଛି, ହେଲେ ବିଧାନସଭାରେ ହଟ୍ଟଗୋଳ ଥମୁନାହିଁ। ସେହି ସମାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ନାରାବାଜି କରୁଛନ୍ତି।
ଏସ୍ସିବି ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ ଥିବା ବେଳେ ଆଜି (ଗୁରୁବାର) ମଧ୍ୟ ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ଅସନ୍ତୋଷ ଦେଖାଦେଇଛି। ବିରୋଧୀଙ୍କ ହଙ୍ଗାମା ଭିତରେ ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ, ଫଳରେ ଗୃହକୁ ଦିନ ସାଢ଼େ ୧୧ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି।