ସାଲେପୁର: କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ଫାଣ୍ଡି ଜପକୁଦ ବଜାରରେ ଅତର୍କିତ ଭାବରେ ଏକ ପାନ ଦୋକାନ ଭିତରକୁ ଟ୍ରାକ୍ଟର ମାଡିଯାଇଛି । ସୋଭାଗ୍ୟବଶତଃ ପାନ ଦୋକାନୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପାନ ଦୋକାନ ସୁଶୀଲ ଚନ୍ଦ୍ର ମିଶ୍ରଙ୍କ ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଜପକୁଦ ବଜାରରେ ଥିବା ଏକ ପାନ ଦୋକାନ ଭିତରକୁ ଟ୍ରାକ୍ଟରଟି ମାଡିଯାଇଛି । ଟ୍ରାକ୍ଟର ଚାଳକର ଅସାବଧାନତା ପାଇଁ ଏପରି ଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପାନ ଦୋକାନୀ ବର୍ତ୍ତି ଯାଇଥିବାବେଳେ ଦୋକାନ ଭାଙ୍ଗି ନଷ୍ଟ ହୋଇଯାଇଛି। ଏନେଇ ସାଲେପୁର ଓ ଜପକୁଦ ପୋଲିସକୁ ସ୍ଥାନୀୟ ଲୋକ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଜାରି କରିଛି ।