ମୁମ୍ବାଇ: ହିଟମ୍ୟାନ ନାଁରେ ଖ୍ୟାତି ଅର୍ଜନ କରିଥିବା ରୋହିତ ଶର୍ମାଙ୍କ ବ୍ୟାଟ୍ ଆଇପିଏଲ୍ ୨୦୨୫ରେ ଶେଷରେ ଗର୍ଜିଛି। ରୋହିତ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍ରେ ଫର୍ମକୁ ଫେରି ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ୪୫ ବଲ୍ରୁ ଅପରାଜିତ ୭୬ ରନ କରିଛନ୍ତି। ଏଥିରେ ୪ ଚୌକା ଓ ୬ ଛକା ସାମିଲ। ରୋହିତ ୩୩ ବଲ୍ରୁ ନିଜର ଅର୍ଦ୍ଧଶତକ ପୂରା କରିଥିଲେ। ଚଳିତ ସିଜିନରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ। ଏଥିସହ ଆଇପିଏଲ୍ରେ ରୋହିତଙ୍କ ୪୪ତମ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଏହି ଇନିଂସ ଜରିଆରେ ରୋହିତ ଶିଖର ଧାଓ୍ଵନଙ୍କ ରେକର୍ଡ ଭାଙ୍ଗିଛନ୍ତି।ରୋହିତ ଆଇପିଏଲ୍ରେ ସବୁଠୁ ଅଧିକ ରନ ତାଲିକାରେ ଦ୍ଵିତୀୟ ସ୍ଥାନକୁ ଉଠିଛନ୍ତି। ରୋହିତ ଆଇପିଏଲ୍ରେ ୨୬୪ ମ୍ୟାଚ୍ରେ ୬୭୮୬ ରନ କରିଛନ୍ତି। ଧାଓ୍ଵନ ୨୨୨ ଆଇପିଏଲ୍ ମ୍ୟାଚ୍ରେ ୬୭୬୯ ରନ କରିଥିଲେ। ଧାଓ୍ଵନ ସବୁ ଫର୍ମାଟ୍ରୁ ଅବସର ନେଇ ସାରିଛନ୍ତି। ତାଲିକାରେ ବିରାଟ କୋହଲି ଶୀର୍ଷରେ ଅଛନ୍ତି ଯିଏ ୨୬୦ ମ୍ୟାଚ୍ରୁ ୮୩୨୬ ରନ କରିଛନ୍ତି।
ଏହା ସହିତ ରୋହିତ ବିରାଟ କୋହଲିଙ୍କ ଏକ ସ୍ପେଶାଲ କ୍ଲବରେ ଏଣ୍ଟ୍ରି ମାରିଛନ୍ତି। ଆଇପିଏଲ୍ରେ ସିଏସକେ ବିପକ୍ଷରେ ଯୁଗ୍ମ ଭାବେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ରୋହିତ, ବିରାଟ, ଧାଓ୍ଵନ ଓ ଡେଭିଡ୍ ଓ୍ଵାର୍ଣ୍ଣର ଚେନ୍ନାଇ ବିପକ୍ଷରେ ୯-୯ ଅର୍ଦ୍ଧଶତକ ହାସଲ କରିଛନ୍ତି। ଓ୍ଵାର୍ଣ୍ଣରଙ୍କୁ ଗତ ବର୍ଷ ମେଗା ନିମାଲରେ କୌଣସି ଫ୍ରାଞ୍ଚାଇଜ କିଣିବାକୁ ରୁଚି ଦେଖାଇ ନ ଥିଲେ।
ଆଇପିଏଲରେ ସବୁଠୁ ଅଧିକ ରନ କରିଥିବା ଖେଳାଳି
୮୩୨୬- ବିରାଟ କୋହଲି
୬୭୮୬- ରୋହିତ ଶର୍ମା
୬୭୬୯- ଶିଖର ଧାୱନ
୬୫୬୫- ଡେଭିଡ ୱାର୍ଣ୍ଣର
୫୫୨୮- ସୁରେଶ ରୈନା