ବଲାଙ୍ଗିର: ହଠାତ୍ ମାଡି ଆସିଲା ପବନ ଆଉ ବଢି ଚାଲିଲା ବର୍ଷାର ତାଣ୍ତାବ। ଆଉ ଠିକ୍ ସେହି ସମୟରେ ଛେଳି ଚରାଇବାକୁ ଯାଇ ଜଣେ ମୃତ, ଜଣେ ଗୁରୁତର। ଏଭଳି ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ କରମତଲା ପଂଚାୟତ ତୁଷ୍ଟାପାଳି ଗ୍ରାମରେ।
ସୂଚନା ଅନୁସାରେ, ଉକ୍ତ ଗାଁର ସ୍ନେହଲତା ବୁଡେକ ନାମକ ଜଣେ ମହିଳା ଛେଳି ଚରାଇବାକୁ ଯାଇଥିଲେ। ତାଙ୍କ ସହ ଅନ୍ୟ କିଛି ଗାଁ ଲୋକ ମଧ୍ୟ ଯାଇଥିଲେ। ହଠାତ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଥିଲା କିଛି ସମୟ ବର୍ଷା ପରେ ଘଡିଘଡି ସହ ବିଜୁଳି ମାରିଥିଲା। ମହିଳା ଜଣକ ଚାଷ ଜମିରୁ ଛେଳିଙ୍କୁ ଘଉଡ଼ାଇ ନେବା ସମୟରେ ବଜ୍ରାଘାତ ହୋଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ନିକଟରେ ଥିବା ଆଉ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ। ତାଙ୍କ ନା ଗୌରାଙ୍ଗ ବୁଡ଼େକ। ଏନେଇ ଅନ୍ୟଲୋକ ମାନେ ମହିଳାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ସଇଁନ୍ତଳା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେପଟେ ଅନ୍ୟ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।