7 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ ହେଲା ରାଜଧାନୀର ଟେକ ମହିନ୍ଦ୍ରା ଅଫିସ
Khabar Odisha:tech-mahindra-office-silled-after-7-employe-tested-corona-positive
ଭୁବନେଶ୍ୱର, ଜୁଲାଇ ୦୭ (ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍ କଲା ବିଏମସି । ବିଗତ ୩ ଦିନ ମଧ୍ୟରେ ଲଗାତାର ୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଟେକ୍ ମହିନ୍ଦ୍ରାକୁ ସିଲ୍ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ଆଜି ଠାରୁ ପୂରା ବିଲଡିଂକୁ ସିଲ୍ କରାଯିବା ସହ ୨୦ ତାରିଖ ପର୍ଯ୍ୟନ୍ତ ୬୭ ଜଣ  କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବିଏମସି ପକ୍ଷରୁ ସମସ୍ତ ୬୭ ଜଣ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବା ପାଇଁ ନିଷ୍ପତି ନିଆଯାଇଛି ।

  • Tags:

Subscribe

National International State Sports Entertainment