ଅନୁଗୁଳ: ବିଜେପିରେ ସାମିଲ ହେଲେ ତାଳଚେର ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆଙ୍କ ସମେତ ୧୩ କାଉନସିଲର। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଢେଙ୍କାନାଳ ବିଜେପି ସାଂସଦ ରୁଦ୍ର ପାଣିଙ୍କ ସମେତ ବିଜେପି ନେତା ଅଶୋକ ମହାନ୍ତି, ଅଗସ୍ତି ବେହେରା, ପ୍ରତାପ ପ୍ରଧାନ, ବିଜେପି ବିଧାୟିକା ସୀମାରଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଗତକାଲି ବିଜେଡିରୁ ପବିତ୍ରଙ୍କ ସମେତ ୧୩ କାଉନସିଲର ଇସ୍ତଫା ଦେଇଥିଲେ। ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ବ୍ରଜକିଶୋର ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ମେଲ ଜରିଆରେ ନିଜ ନିଜର ଇସ୍ଥଫା ପତ୍ର ପ୍ରଦାନ କରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ସେମାନେ ପଦ୍ମ ଧରିଛନ୍ତି। ତେବେ ବିଜେପିରେ ସାମିଲ ହେବ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଡବଲ ଇଞ୍ଜିନ ସରକାର ବିକାଶ ମଡେଲକୁ ଆଧାର କରି ସମସ୍ତେ ଏବେ ବିଜେପି ମୁହାଁ। ତାଳଚେରରେ ବିଜେପି ସଙ୍ଗଠନ ଆହୁରି ମଜଭୁତ ହୋଇଛି।
ଅଧିକ ପଢନ୍ତୁ: ବିଧାନସଭାରେ ୧୭,୪୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ; ଜଣାନ୍ତୁ କେଉଁ ବିଭାଗକୁ କେତେ ମିଳିଲା?