ଭୁବନେଶ୍ୱର:ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅଣଛାତ୍ର ମୁକ୍ତ କରିବା ପ୍ରକ୍ରିୟା ଭିତରେ ଚାପା ଉତ୍ତେଜନା ଲାଗି ରହିଛି। ଆଜି(ମଙ୍ଗଳବାର) ଛାତ୍ର ସଙ୍ଗଠନ ବାଣୀ ବିହାର ବନ୍ଦ କରିବା ଡାକରା ଦେଇଥିବା ବେଳେ କ୍ୟାମ୍ପସ ଭିତରକୁ ଛାତ୍ରମାନେ ଧସେଇ ପଶିଛନ୍ତି। ଭିସିଙ୍କୁ ଘେରି ଭଡାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ ଦାବି କରାଯାଇଛି । ସେପଟେ ଭିସି କହିଛନ୍ତି, ଯିଏ ଅନଧିକୃତ ଭାବେ କ୍ୱାର୍ଟର୍ସ ମାଡି ବସିଛନ୍ତି ସେଗୁଡିକୁ ଖାଲି କରାଯିବ। ବସ୍ତି ଭାଙ୍ଗିବା ପାଇଁ ବିଏମସି ସହ କଥାବାର୍ତ୍ତା କରିଛୁ ।
ଅଣଛାତ୍ରଙ୍କୁ ଖାଲି କରିବା ପରେ ଆକ୍ସନ ମୋଡରେ ଅଛନ୍ତି କର୍ତ୍ତୃପକ୍ଷ । ଆଜି ନୋଟିସ ଦିଆଯାଇଛି । ଏହା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳପତି କହିଛନ୍ତି। ବାଣୀବିବହାରି ଅଣଛାତ୍ର ବିଦା ପରେ କ୍ୟାମ୍ପସରେ ଦେଖାଦେଇଛି ଉତ୍ତେଜନା। ଗତକାଲି ପୋଲିସ ଉପସ୍ଥିତିରେ କର୍ତୃପକ୍ଷଙ୍କ ଉପସ୍ଥିତିିରେ ୪ଟି ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରାଯାଇଥିଲା।
ଗତକାଲି ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିଲା। ମରାମତି କରି ଛାତ୍ରଙ୍କୁ ଆଲଟମେଣ୍ଟ କରାଯିବା ନେଇ କୁହାଯାଇଛି। ୨ନଂ ହଷ୍ଟେଲ୍ ର ୨୫ ରୁମ୍ ଓ ୧ନଂ ହଷ୍ଟେଲ୍ ର ୧୯ ରୁମ୍ ସିଲ୍ କରିଛନ୍ତି ବାଣୀବିହାର କର୍ତ୍ତୃପକ୍ଷ। ସେହିପରି ୧ନଂ ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନ ମଧ୍ୟ ସିଲ୍ ହେଲା । ଏହା ପରେ ରାତିରେ ବି ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଆଜି କୁଳିପତିଙ୍କ ଅଫିସରେ ଧସେଇ ପଶିଛନ୍ତି ଛାତ୍ରଗୋଷ୍ଠୀ।