କଟକ: ପୁଣି ଆମ ବସ ଦୁର୍ଘଟଣାଗ୍ରସ୍ତ । କଟକ ଗଣେଶଘାଟ ନିକଟରେ ଆମ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଜେଜେମା, ନାତୁଣୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସିଟି ହସପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବସଟି ନେତାଜୀ ଟର୍ମିଂନାଲରୁ CDA ଆଡକୁ ଯାଉ ଥିବା ବେଳେ ଗଣେଷଘାଟ ନିକଟରେ ଥିବା ଷ୍ଟପେଜରେ ବସକୁ ଅପେକ୍ଷା କରି ଜଣେ ୯ ବର୍ଷୀୟ ବାଳିକା ଓ ତାଙ୍କ ସମ୍ପର୍କୀୟା ଛିଡା ହୋଇଥିଲେ । ତେବେ ବସଟି ଷ୍ଟପେଜରେ ଯାତ୍ରୀଙ୍କୁ ଓଲ୍ହାଇ ଆଗକୁ ମାଡିଯିବାରୁ ତଳେ ଛିଡା ହୋଇ ଥିବା ଶିଶୁ ଓ ତାଙ୍କ ସମ୍ପର୍କୀୟଙ୍କ ଦେହରେ ଧକ୍କା ଲାଗିଥିଲା । ଫଳରେ ବାଳିକା ଜଣକ ତଳେ ପଡିଯାଇ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ବସକୁ ଅଟକାଇ ପାଟିତୁଣ୍ଡ କରୁଥିବା ବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।