ନବରଙ୍ଗପୁର: ଆଜି ବି ବଂଚି ରହିଛି ଅନ୍ଧବିଶ୍ୱାସ । ଯାହାର କରୁଣ ପରିଣତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗାଁରେ । ସାପ କାମୁଡିବା ପରେ ଭାଇଭଉଣୀଙ୍କୁ ମେଡିକାଲ ନ ନେଇ ଗୁଣିଆ ପାଖକୁ ଯାଇଥିଲେ । ଯାହା ଫଳରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ଭାଇଭଉଣୀଙ୍କ ଜୀବନ ଚାଲିଯାଇଛି । ମୃତ ଭାଇ ଋତୁରାଜ ହରିଜନ ଓ ଉଭଣୀ ଅମିତା ହରିଜନ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ପରିବାର ଲୋକେ ଖାଇସାରି ଶୋଇଥିବା ବେଳେ ହଠାତ ଭାଇଉଭଣୀଙ୍କୁ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା । ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନ ନେଇ ଗୁଣିଆ ପାଖକୁ ନେଇଯାଇଥିଲେ । ଯାହା ଫଳରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା ଏବଂ ପରେ ତାଙ୍କୁ ଉମରକୋଟ ମେଡିକାଲ ନେଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଚିକିତ୍ସାରେ ବିଳମ୍ବ ହେବା ଯୋଗୁଁ ଅକାରଣରେ ଦୁଇ ନିରୀହ ଜୀବନ ଚାଲିଯାଇଥିବା ଜଣାପଡିଛି ।