ଏସଟିଏଫର ଚଢ଼ାଉ, ୫ଟି ଦେଶୀ ପିସ୍ତଲ ସହ ଅଫୁଟା ଗୁଳି ଜବତ ଢେଙ୍କାନାଳ, ଅଗଷ୍ଟ ୧୬(ଖବର ଓଡିଶା): Share story: ଢେଙ୍କାନାଳ ସଦର ଥାନା ଅଞ୍ଚଳ ଏବେ ପାଲଟିଛି ଚୋରା ବନ୍ଧୁକ କାରବାରର ହବ୍ । ଗତ କିଛିଦିନ ପୂର୍ବେ ଭାପୁର ଅଞ୍ଚଳରୁ ଏସଟିଏଫ ଚଢ଼ାଉ କରି ୭ଟି ଚୋରା ବନ୍ଧୁକ ଜବତ କରିଥିବା ବେଳେ ମଙ୍ଗଲବାର ପୁଣି ଚଢ଼ାଉ କରିଛି । କୌଣସି ସୂତ୍ରରୁ ଖବର ପାଇ ଏସଟିଏଫର ଏକ ଟିମ ମଙ୍ଗଳବାର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆ ଓ ଡେଙ୍ଗଚୋରେଇ ଗ୍ରାମରେ ଚଢ଼ାଉ କରିଥିଲା । ତେବେ ଏହି ଚଢ଼ଉ ବେଳେ ୫ଟି ଚୋରା ଦେଶୀ ପିସ୍ତଲ ଓ ଅଫୁଟା ଗୁଳି ଜବତ କରାଯାଇଛି। ଖବର ଓଡ଼ିଶା, Reporter, 16/08/2022