ଫୁଲ ତୋଳିବାକୁ ଯାଇ ନଦୀରେ ବୁଡି ଗଲେ ଦୁଇ ଭଉଣୀ
Khabar Odisha:state-odisha-two-sister-drowning-in-river-at-salepur-cuttack
ସାଲେପୁର, ଅଗଷ୍ଟ ୧୮(ଖବର ଓଡିଶା):

କଟକ ଜିଲ୍ଲା ସାଲେପୁର ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ଦୁଇ ଭଉଣୀ ନଦୀରେ ବୁଡି ଯାଇ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ସାଲେପୁର ନିକଟସ୍ଥ କିଶନନଗର ଥାନା ଅନ୍ତର୍ଗତ ବାବୁଜଙ୍ଗ ଗ୍ରାମରେ ତିନି ଭଉଣୀ ଆଜି ସକାଳେ ଫୁଲ ତୋଳିବାକୁ ଯାଇଥିଲେ । ଖୁଦୁରିକୁଣୀ ଓଷା ଥିବାରୁ ସେମାନେ ଫୁଲ ସଂଗ୍ରହ ପାଇଁ ସ୍ଥାନୀୟ ସୁକୁପାଇକା ନଦୀ କୂଳକୁ ଯାଇଥିଲେ । ସେଠାରେ ଫୁଲ ତୋଳିବା ବେଳେ କୌଣସୀ କାରଣରୁ ସେମାନେ ନଦୀରେ ବୁଡି ଯାଇଥିଲେ । ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଆଉ ଜଣେ ଭଉଣୀ ବର୍ତି ଯାଇଥିବା ଜଣାପଡିଛି  ଖବର ପ୍ରସାରିତ ହେବା ପରେ ଗ୍ରାମରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି ।

 

  • Tags:

Subscribe

National International State Sports Entertainment