ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ଦେହାନ୍ତ
Khabar Odisha:state-odisha-senior-journalist-ranjit-guru-passes-away-at-the-age-of-61
ଭୁବନେଶ୍ୱର, ଅଗଷ୍ଟ ୧୮(ଖବର ଓଡିଶା):

ରାଜ୍ୟର ଜଣେ ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଗତକାଲି ରାତିରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ରଣଜିତ ଗୁରୁ ରାଜ୍ୟର ଜଣେ ଦକ୍ଷ ସାମ୍ବାଦିକ ଭାବେ ଜଣାଶୁଣା । ଓଡିଶା ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅନେକ ଗୁରୁତ୍ୱ ରହିଛି । ରାଜନୈତିକ ବିଷାରଦ ଭାବେ ସେ ବିଭିନ୍ନ ସମୟରେ ଟିଭି ଡିବେଟରେ ମଧ୍ୟ ସେ ଅଂଶଗ୍ରହଣ କରିଛନ୍ତି ।

ଗତ ୧ ତାରିଖରେ ସେ ତାଙ୍କ ପୈତୃକ ଗ୍ରାମ ବରଗଡର ମହଖଣ୍ଡରୁ ଫେରିବା ପରେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ରାଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା । ସେ ସଂକ୍ରମଣଜନିତ ଜ୍ୱରରେ ପୀଡିତ ଥିବା ଜଣାପଡିଥିଲା । ଏହାପରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସେ ଗତକାଲି ମଧ୍ୟ ରାତ୍ରରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପତ୍ନୀ, ଭାଇ, ଭଉଣୀ ଓ ପରିବାର ଲୋକେ ଉପସ୍ଥିତ ଥିଲେ । ଖବର ଶୁଣିବା ପରେ ଅନେକ ବରିଷ୍ଠ ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଛନ୍ତି ।  ତେବେ ରଣଜିତଙ୍କ ବିୟୋଗ ସାମ୍ବାଦିକ ମହଲକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି ।

  • Tags:

Subscribe

National International State Sports Entertainment