ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ୍ଇନସ୍ପେକ୍ଟର ପରୀକ୍ଷା ଘୋଟାଲା ମାମଲାରେ ଆଉ ଜଣେ ଦଲାଲ ଗିରଫ ହୋଇଛି । ସେ ହେଉଛ ବାଲେଶ୍ୱର ସଦର ଥାନା ରଣସାହି ଗ୍ରାମର ଚନ୍ଦନ ମଲ୍ଲିକ । ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଚନ୍ଦନଙ୍କୁ ଘରୁ ଉଠାଇ ଆଣିଛି । ଚନ୍ଦନ ଅନେକ ସାମାଜିକ ସଂଗଠନ ସହିତ ଜଡ଼ିତ ଥିଲା ବୋଲି କୁହାଯାଉଛି । ଘଟଣାକୁ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ମାଷ୍ଟରମାଇଣ୍ଡ କୁହାଯାଉଥିବା ଗଞ୍ଜାମ ଜିଲ୍ଲା ଶେରଗଡ଼ ଶଙ୍କର ପୃଷ୍ଟି ଏବଂ କଟକ ଜିଲ୍ଲା ବାଙ୍କୀ କଳାପଥର ଅଞ୍ଚଳର ମୁନା ମହାନ୍ତି ଏବେବି ଫେରାର ରହିଛନ୍ତି ।
ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗତକାଲି ଆଉ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଥିଲା । ଅଭିଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ଵର ଜିଲା ସଙ୍ଗଳା ଥାନା ଅନ୍ତର୍ଗତ ନାବର ଗାଁର ଅରବିନ୍ଦ ଦାସ । ସେ ଶଙ୍କର ପୃଷ୍ଟିର ଏଜେଣ୍ଟ ଅରବିନ୍ଦ । ସେହିପରି କଟକର ବିଦ୍ୟାଧରପୁରର ବାସିନ୍ଦା ବିଶ୍ୱରଞ୍ଜନ ବେହେରା (୨୯)ଙ୍କୁ ଗିରଫ କରିବା ସହ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ ପରୀକ୍ଷା ଜାଲିଆତିରେ ମୋଟ ୬ ଜଣ ଦଲାଲ ଏବଂ ୧୧୪ ଜଣ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି ।