ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୋଲିସ ବାବୁ । ଲାଞ୍ଚ ନେଉଥିବାବେଳେ ପୋଲିସ ଏସ୍ଆଇଙ୍କୁ ମାଡ଼ି ବସିଛି । ସେ ହେଲେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ସବ୍ ଇନସ୍ପେକ୍ଟର ରାଜେଶ କୁମାର ଶ୍ରୀଚନ୍ଦନ ।
ବାପାଙ୍କ ନାଁରେ ମାମଲା ଥିବାରୁ ଅଭିଯୋଗକାରୀ ପୁଅ ଶରଣକୁଳ ଥାନାରୁ ଦ୍ୱାରସ୍ଥ ହୋଇଥିଲେ । ସେତେବେଳେ ତଦନ୍ତ ଦାୟିତ୍ୱରେ ଥିବା ଏସ୍ଆଇ ରାଜେଶ କୁମାର ଶ୍ରୀଚନ୍ଦନ ୪୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ଥାନା ବାବୁଙ୍କୁ ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ତାଙ୍କ ନିକଟରୁ ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏସ୍ଆଇଙ୍କର ଦୁଇଟି ଠିକଣାର ଚଢ଼ଉ କରାଯାଇଛି ।