ଖବର ଓଡ଼ିଶା: ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି ଉପଲକ୍ଷେ ଜିଲ୍ଲା ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତ୍ରିରଙ୍ଗା ଯାତ୍ରାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତି ମୃଦୁଲା ଠାକୁର ପ୍ରଧାନ ଶୁଭାରମ୍ଭ କରିଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତୀୟ ଜନତା ପାର୍ଟି କାର୍ଗିଲ ବିଜୟ ଦିବସ ପାଳନ କରୁଛି । ଲଢ଼େଇରେ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ବିଜେପି । ଶ୍ରୀମତି ମୃଦୁଲା ଠାକୁର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗୋଲବଜାର ଛକଠାରେ ଥିବା ସ୍ୱ।ଧିନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ସେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରାୟ ୨୦୦ ମିଟର ଲମ୍ବର ଏହି ତ୍ରିରଙ୍ଗା ଶୋଭାଯାତ୍ରା ଗୋଲାବଜାର, ଲକ୍ଷ୍ମୀ ଟକିଜ ଛକ, ଭୁତାପଡା ଛକ ଦେଇ ଜେଲଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ସମେତ ବିଜେପି ଜିଲ୍ଲା କମିଟିର ସବୁ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।