ସମ୍ବଲପୁର: ଅପରେସନ ସିନ୍ଦୂର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସେହିପରି ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ପର୍ଯ୍ୟଟକ ମାନେ ବୁଲିପାରିବେ ନାହିଁ ବୋଲି ସୂଚନା ଦିଆଯାଇଥିଲା । ନିଷିଦ୍ଧାଞ୍ଚଳକୁ ଛାଡି ଯେଉଁ ସ୍ଥାନରେ ପର୍ଯ୍ୟଟକମାନେ ବୁଲି ପାରିବେ ସେଠାରେ ରୋକ ଲଗାଯାଇଥିଲା । କିନ୍ତୁ ଏବେ ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରକୁ ଯାଇ ନିଷିଦ୍ଧାଞ୍ଚଳକୁ ଛାଡି ବିଭିନ୍ନ ସ୍ଥାନ ବୁଲିପାରିବେ ପର୍ଯ୍ୟଟକ ।
ପହଲଗାମ ଆକ୍ରମଣ ପରେ ଭାରତୀୟ ସୈନ୍ୟମାନେ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ । ଏହି ଅପରେସନରେ ଭାରତୀୟ ସୈନ୍ୟମାନଙ୍କୁ ସଫଳତା ମିଳିଥିଲା । ଏହି ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।