ଆସନ୍ତା ୩ ଦିନ କାଳବୈଶାଖୀ ସମ୍ଭାବନା, ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ
Khabar Odisha:rain-and-thunderstrom-alert-in-Odisha
ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):

ରାଜ୍ୟରେ ଦୁଇ ଦିନ ହେଲା ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଏବେ ପୁଣି ତାପମାତ୍ରା ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଆସନ୍ତା ୩ ଦିନ କାଳବୈଶାଖୀ ସମ୍ଭାବନା ରହିଛି ।
ସକାଳ ଓ ଦିନ ସମୟରେ ମୁଣ୍ଡ ଫଟା ଖରା ହେବାକୁ ଥିବା ବେଳେ  ଉପର ବେଳା କାଳବୈଶାଖୀ ବର୍ଷ ହେବ । ଆଜି ଠାରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ସେତେ ପରିମାଣରେ ବଢ଼ିବ ନାହିଁ । ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
 ଆସନ୍ତା ୩ ଦିନ ମାଲକାନଗିରି, କୋରାପୁଟ, କଳାହାଣ୍ଡି, , ନବରଙ୍ଗପୁର କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଆଦି ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏହାସହ ୮ତାରିଖ ଦିନ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, କେନ୍ଦୁଝର, ସୋନପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ କାଳବୈଶାଖୀର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବ । କେବଳ ଏତିକି ନୁହେଁ ବର୍ଷା ସମୟରେ  ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ ୧୦ ତାରିଖଠାରୁ ପୁଣି ତାପମାତ୍ରା ବଢ଼ିବ।

  • Tags:

Subscribe

National International State Sports Entertainment