ସୁନ୍ଦରଗଡ଼: ସୁନ୍ଦରଗଡ଼ର ଜିଲ୍ଲା ପ୍ରଶାସନ ବେଆଇନ କୋଇଲା ଖଣି ଉପରେ ଚଢ଼ାଉ ଜାରି କରିଛି । ପୂର୍ବରୁ ତେଲେନଡିହି ପରେ ଆଜି ରତନସରାରେ ଚୋରା କୋଇଲା ଖଣି ଠାବ କରି ତନାଘନା ଯାଞ୍ଚ ଆରମ୍ଭ କରାଯାଇଛି । ଏହି ଚଢ଼ାଉରେ ଉପଜିଲ୍ଲାପାଳ, ପୋଲିସ ଓ ତହସିଲ ଟିମ ସାମିଲ ହୋଇଛନ୍ତି ।
ସୂଚନା ଅନୁସାରେ, ତେଲେନଡିହିରେ ବେଆଇନ କୋଇଲା ଖଣି ଉପରେ ଚଢ଼ାଉ ହେବା ପରେ ଜିଲ୍ଲା ପ୍ରଶାସନ ସଜାଗ ହୋଇପଡିଛି । ଆଜି ରତନସରାରେ ମିଳିତ ଭାବରେ କୋଇଲା ଖଣି ଉପରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଚୋରା କୋଇଲା ଜବତ ହୋଇଥିଲା । ବେଆଇନ ଭାବରେ କାହାକୁ ଖାତିର ନ କରି ମାଫିଆମାନେ ଚୋରା କୋଇଲା କାରବାର କରୁଛନ୍ତି । ଉକ୍ତ କାରବାରରେ ସମ୍ପୃକ୍ତ ମାଫିଆଙ୍କୁ ଧରିବାକୁ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । କୋଇଲା ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।