ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି କଂଗ୍ରେସ ଭବନ । ରାହୁଲଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ରାହୁଲଙ୍କ ସହିତ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କେସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଆସିବେ । ସେଥିପାଇଁ ରାଜଧାନୀ ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ସହର ବିଭିନ୍ନ ସ୍ଥାନରେ ୫୩ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା ।
ବରମୁଣ୍ଡା ପଡ଼ିଆରେ ଦଳ ପକ୍ଷରୁ ‘ସମ୍ବିଧାନ ବଞ୍ଚାଓ’ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜାତୀୟ ସ୍ତରର ଶୀର୍ଷ ନେତୃତ୍ୱ ଏହି ସମାବେଶରେ ଯୋଗ ଦେବେ । ଭକ୍ତ ଚରଣ ଦାସ ପିସିସି ଦାୟିତ୍ୱ ସମ୍ଭାଳିବେ ପରେ ରାହୁଲ ଓ ମଲ୍ଲିକାର୍ଜୁନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ।