କଳାହାଣ୍ଡି: ଚାଷ ଜମିରେ ପାଣି ମଡାଉଥିବାବେଳେ ବିଦ୍ୟୁତ ଆଘାତରେ ୨ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗାଁର ଚାଷୀ ଧନୁର୍ଯ୍ୟ ମଶ୍ରା ଓ କଛାର ପଡା ଗାଁର ଅନିରୁଦ୍ଧ ନାଏକ । ସେମାନେ ସମ୍ପର୍କରେ ଶଳା ଭିଣୋଇ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ଗୁରୁବାର ସକାଳେ ପୋଡ଼ାଗୁଡା ଗାଁର ଚାଷୀ ଧନୁର୍ଯ୍ୟ ମଶ୍ରା ଓ କଛାର ପଡା ଗାଁର ଅନିରୁଦ୍ଧ ନାଏକ ବଡ଼ ପୋଡ଼ାଗୁଡା ନିକଟରେ ଥିବା ମୁଣ୍ଡୁରା ନଦୀ କୂଳରେ ମୋଟର ସାହାଯ୍ୟରେ ଚାଷ ଜମିକୁ ପାଣି ମଡ଼ାଉଥିଲେ । ଅସାବଧାନ ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟ ମୃତ୍ୟୁ ବରଣ କରିଥିଲେ । ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ଆମପାଣି ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ମୃତ ଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି । ଉଭୟଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।