ଯାଜପୁର: ପରକୀୟା ପ୍ରୀତିର କରୁଣ ପରିଣତି। ପତ୍ନୀ ଓ ପତ୍ନୀଙ୍କ ପ୍ରେମିକର ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ। ଉଭୟଙ୍କ ଗଳା କାଟି ଥିବା ବେଳେ ପ୍ରେମିକର ଗୁପ୍ତାଙ୍ଗ ମଧ୍ୟ କାଟି ଦେଇଛନ୍ତି ସ୍ୱାମୀ । ଯାଜପୁର ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବୁଧବାର ମାଳହାଟ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ।
ସୂଚନା ଅନୁସାରେ, ମହିଳା ଏକ ବର୍ଷ ହେବ ପ୍ରେମକଙ୍କ ସହ ରହୁଥିଲେ । କୋରେଇ ଥାନା ଅଧୀନରେ ଏକ ଗାଁରୁ ଆସିଥିବା ଏହି ମହିଳା ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ। ଏହି ପାରିବାରିକ ବିବାଦ ଏହି ନୃଶଂସ ଆକ୍ରମଣରେ ପରିଣତ ହୋଇଥିବା ଜଣାପଡ଼ିଛି। ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରଥମ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟମାନେ ଏହି ଆକ୍ରମଣ କରିଛନ୍ତି।ଘଟଣା ଘଟିବା ପରେ ଅଭିଯୁକ୍ତ ସ୍ଵାମୀ ମନୋଜ କୁମାର ମହାନ୍ତି ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।