ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବା ସର୍ବସାଧାରଣ ଦର୍ଶନ। ଶ୍ରୀବିଗ୍ରହଙ୍କ ଖସାପଡା ନୀତି ହେବ, ତେଣୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତାକାଲି ସୋମବାର ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅନୁଷ୍ଠିତ ହେବ ଏହି ନୀତି। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଖସାପଡ଼ା ନୀତି ସଂପର୍ଣ୍ଣ ପରେ ସାଧାରଣ ଦର୍ଶନ ସ୍ୱାଭାବିକ ହେବ ବୋଲି ଜଣାପଡିଛି।
ଅଧିକ ପଢନ୍ତୁ: ଶ୍ରୀମନ୍ଦିରରେ ଚାଲିଛି ବଡ଼ ମହାସ୍ନାନ; ଦେଢ଼ଘଣ୍ଟା କାଳ ସର୍ବସାଧାରଣ ଦର୍ଶନ ବନ୍ଦ