ପୁରୀ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି। ଭିତର କାଠ ନିକଟରେ ରକ୍ତ ପଡ଼ିଛି। ରକ୍ତଛିଟା ପଡିଥିବାରୁ ଏହି ବଡ଼ ମହାସ୍ନାନ ନୀତି କରାଯାଉଛି। ମଧ୍ୟାହ୍ନ ଧୂପ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ମହାସ୍ନାନ ହୋଇଛି। ଫଳରେ ପ୍ରାୟ ଦେଢ଼ଘଣ୍ଟା କାଳସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ହୋଇଛି। ସନ୍ଧ୍ୟା ୬ଟା ୧୫ରେ ମହାପ୍ରସାଦ ପାଇଛନ୍ତି ଭକ୍ତ।
ଆଜି ରବିବାର ହେତୁ ଭକ୍ତଙ୍କ ସଂଖ୍ୟା ଅଧିକ ରହିଥିଲା, ମଧ୍ୟାହ୍ନ ଧୂପ ପରେ ଭିତର କାଠ ଦର୍ଶନ ଚାଲିଥିବା କେହି ଭକ୍ତ ଭିଡରେ ଆହତ ହୋଇ ରକ୍ତ ଛିଟା ପଡିଥିବା ଅନୁମାନ କରାଯାଉଛି। ତେବେ ଏହା ଦେଖିବା ମାତ୍ରେ ସଂଗେ ସଂଗେ ମହାପ୍ରଭୁଙ୍କ ମହାସ୍ନାନ କରାଯାଉଛି। ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଏହା କରାଯାଉଛି। ସେଥିପାଇଁ ଦେଢ଼ଘଣ୍ଟା କାଳସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସେଥିପାଇଁ ବାହାରେ ଭକ୍ତ ମାନେ ଅପେକ୍ଷା କରିଛନ୍ତି।