ଯାଜପୁର: ବିଜେଡ଼ି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ପ୍ରଭାତ ବିଶ୍ୱାଳ ଉପରେ ବର୍ଷିଥିବାବେଳେ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଯାଜପୁର ମାଳ ଆନନ୍ଦପୁର ସମାବେଶରେ ପ୍ରଭାତ ଓ ତାଙ୍କ ପୁଅ ସୌଭିକଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଣବ ।
ପ୍ରଣବ କହିଛନ୍ତି ଆଜି ପର୍ଯ୍ୟନ୍ତ ସେ ଦଳ ପାଇଁ ଚୁପ୍ ଥିଲେ । ପ୍ରଭାତ ବିଶ୍ୱାଳଙ୍କ ଦ୍ୱାର ଦେଖିନି । କିନ୍ତୁ ବାପ ପୁଅ ଏବଂ ମାଆ ୫ ଶହ ଥର ମୋ ପାଖକୁ ଆସିଛନ୍ତି । ରାଜ୍ୟସଭା ନିର୍ବାଚନରେ ବିଜେଡିକୁ ଭୋଟ୍ ଦେବା ପାଇଁ ୮ କୋଟି ମାଗିଥିଲେ ପ୍ରଭାତ ବିଶ୍ୱାଳ । ୮ କୋଟି ଟଙ୍କା ଋଣ ଅଛି, ବବି ଶୁଝିଲେ ଭୋଟ ଦେବି ବୋଲି କହିଥିଲେ । ଆଉ ଏହାର ସାକ୍ଷୀ ଅଛନ୍ତି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ।
ସେହିପରି ସୌଭିକ ବିଶ୍ୱାଳଙ୍କୁ ଟାର୍ଗେଟ୍ କରି ବବି କହିଛନ୍ତି ଯେ ୨୦୦୪, ୨୦୦୯, ୨୦୧୪ରେ ଦଳ ପ୍ରଭାତଙ୍କୁ ଜିତାଇଥିଲା । ୨୦୧୯ ଓ ୨୦୨୪ରେ ପୁଅ ପାଇଁ ଟିକେଟ ନେଲେ । ନେଲା ବେଳେ ସ୍ୱାଭିମାନ କେଉଁଠି ଥିଲା ବୋଲି କହିଛନ୍ତି । ସେତେବେଳେ ସ୍ୱାଧୀନଭାବେ ଛିଡ଼ା ହୋଇ ବାପା ପାଇଁ ବାହାରିଛ କହିଲନି । ପ୍ରଭାତ ବିଶ୍ୱାଳ ଜଣେ କୃତଘ୍ନ ବୋଲି କହିଛନ୍ତି ବବି ।
ବଦ୍ରି ପାତ୍ରଙ୍କ ସପକ୍ଷରେ ଯାଇ ବବି କହିଛନ୍ତି ଯେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ହୋଇ ମଧ୍ୟ ବଦ୍ରି ପାତ୍ର ସେଭଳି କରି ନାହାଁନ୍ତି । ବଦ୍ରି ପାତ୍ର ବିକ୍ରି ନ ହୋଇ ଦଳ ପାଇଁ କାମ କରିଛନ୍ତି । ତାଙ୍କର ଅଭିମାନର ଦରଦ ରହିଛି, ପୁଅ ଭଳି ସ୍ନେହ କରିଛନ୍ତି । ଭୋଟ ଦେଲାବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝରର, କିନ୍ତୁ ସେଟା ସେ ଦେଖିନାହାନ୍ତି ।