କଟକ: କଟକ ଏସସିବି ମେଡ଼ିକାଲର ଟ୍ରମା କେୟାର ୟୁନିଟ୍ ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ଅଦାଲତର ବିଚାରପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଡାକ୍ତରଖାନାରେ ପହଁଛି ଯାଞ୍ଚ କରିଛନ୍ତି । ଏହି କମିଟି ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ।
ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ଏସସିବି ମେଡ଼ିକାଲରେ ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ଚିକିତ୍ସାଧୀନ ଥିବା ୧୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ସହାୟତା ଘୋଷଣା କରିବା ସହିତ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।