ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଙ୍ଗଳବାର ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ପ୍ରଦୀପ ଜେନାଙ୍କୁ ଶପଥ ପାଠ କରାଇଛନ୍ତି ।
୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ ଜେନା ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିଲେ । ୨୦୨୩, ମାର୍ଚ୍ଚ ୧ରୁ ୨୦୨୪ ଜୁନ ୩୦ ଯାଏ ସେ ଏହି ପଦରେ ରହିଥିଲେ । ତାଙ୍କର କାର୍ଯ୍ୟକାଳଡିସେମ୍ବର ୩୧, ୨୦୨୩ରେ ଶେଷ ହେଉଥିବାବେଳେ ତତ୍କାଳୀନ ସରକାର ୨୦୨୪, ଜୁନ ୩୦ ଯାଏ କାର୍ଯ୍ୟକାଳ ବୃଦ୍ଧି କରିଥିଲେ । ମାତ୍ର ନୂତନ ସରକାର ଆସିବା ପରେ ସେ ଅବସର ଗ୍ରହଣ କରିଥିଲେ । ୧୯୬୪ମସିହା ଜାନୁୟାରୀ ୧ ତାରିଖରେ ପ୍ରଦୀପ ଜେନା ଢେଙ୍କାନାଳ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଜିଲ୍ଲାପାଳଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପରେ ସେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ରହିସାରିଛନ୍ତି ।