ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । ଆସନ୍ତା ୨୭ ତାରିଖରେ ମୋଦୀ ବ୍ରହ୍ମପୁର ଗସ୍ତ କରିବେ । ବ୍ରହ୍ମପୁରରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁଥିବା ସେବା ପକ୍ଷ ସମାରୋହରେ ମୋଦୀ ଯୋଗ ଦେବେ ବୋଲି ସୂଚନା ମିଳିଛି । ତେବେ ଏ ନେଇ ବିଜେପି ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
ଏହା ସହିତ ବିଭିନ୍ନ ଲୋକଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିବେ । ମୋଦୀଙ୍କ ଜନ୍ମ ଦିନଠାରୁ ଦେଶ ବ୍ୟାପୀ ବିଜେପି ସେବା ପକ୍ଷ ପାଳନ କରିବ । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ମୋଦୀଙ୍କର ଏହା ତୃତୀୟ ଗସ୍ତ ହେବ ।