ରାଜଗାଙ୍ଗପୁର: କିଛି ଦିନର ବ୍ୟବଧାନ ପରେ ପୁଣି ଆସିଲା ଛାତ୍ରୀ ଆତ୍ମାହୁତି ମାମଲା। ରାଜଗାଙ୍ଗପୁରରେ ଜଣେ କଲେଜ ଛାତ୍ରୀ ଆତ୍ମାହୁତି କରିଛନ୍ତି। ତାଙ୍କ ଶରୀରର ୯୦% ଅଂଶ ପୋଡି ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାଜଗାଙ୍ଗପୁର ଲାଞ୍ଜିବର୍ଣ୍ଣା ଅଂଚଳର ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ତେବେ ଆତ୍ମାହୁତି କରିବା ପଛର କାରଣ କଣ ତାହା ଏବେ ଯାଏଁ ଜଣାପଡିନାହିଁ। ବର୍ତମାନ ତାଙ୍କୁ ରାଉରକେଲା IGHରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି। ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢ଼ୁଥିଲେ। ଏହି ଘଟଣା ପରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୋଲିସ। କେଉଁ କାରଣରୁ ଏହି ଘଟଣା ଘଟିଲା ତାର ଅନୁଧ୍ୟାନ କରାଯାଉଥିବା ନେଇ କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି।
ଅଧିକ ପଢନ୍ତୁ: ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବେଡି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ; ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ହେଲେ ନିଲମ୍ବନ