କଟକ: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତାଗିତ କରିଛନ୍ତି ଉଚ୍ଚ ନ୍ୟାୟଳୟ । ବିଭାଗୀୟ ତ୍ରୁଟି ପାଇଁ ଜଣେ ଆବେଦନକାରୀଙ୍କୁ ଦୀର୍ଘ ୮ ବର୍ଷ ଧରି ଅନ୍ୟାୟ ସହିବାକୁ ପଡ଼ିଛି । ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଓପିଏସ୍ ଅଧିକାରୀ ନିବେଦିତା ସୋରେନଙ୍କୁ ଜିଏ ବିଭାଗର ସାମାନ୍ୟ ତ୍ରୁଟି ଯୋଗୁଁ ଓପିଏସ୍ (ଗ୍ରୁପ-ଏ) ରୁ ଓଆର୍ଏସ୍ (ଗ୍ରୁପ-ବି) କୁ ଅବନତି ଦେଇ ୨୦୧୮ ମସିହାରୁ ଗୃହ ବିଭାଗରୁ ତାଙ୍କର ଚାକିରୀ ସମାପ୍ତ କରାଯାଇଥିଲା । ଏ ନେଇ ନିବେଦିତା ୨୦୧୮ ମସିହାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଗତବର୍ଷ ଡିସେମ୍ବର ଦୁଇ ତାରିଖରେ ଆବେଦନକରୀବଙ୍କୁ ଆଶ୍ୱସ୍ଥି ପ୍ରଦାନ କରିଥିଲେ । ଅବନତି ଆଦେଶକୁ ନାକଚ କରି ଓପିଏସରେ ଚାକିରୀ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରୀ ସ୍ତରରେ ଉକ୍ତ ଆଦେଶ ପାଳନ ହୋଇ ନାହିଁ । ଯାହାକୁ ନେଇ ନିବେଦିତା ପୁନଶ୍ଚ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଏହି ଅବମାନନାକୁ ଗୁରୁତ୍ୱର ସହ ନେଇ ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କ ତାଗିଦ କରିଛନ୍ତି । ମାସକ ମଧ୍ୟରେ ପୂର୍ବ ଆଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆଦେଶକୁ କାର୍ଯ୍ୟକାରୀ ନ କରାଯାଏ ଏହାକୁ ଏକ ଉଦ୍ଦେଶ୍ୟମୂଳକ ନ୍ୟାୟିକ ଅବମାନନା ରୂପେ ଧରାଯିବ ବୋଲି ମାନ୍ୟବର ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ।